Posts

ବଗୁଲା ଭକ୍ତି

💥ଚାରୁବାଳା-ଚାରୁପାଣି-ଚଖା- ଚାତୁର୍ଯ୍ୟ💥 'ଚାରୁବାଳା-ଚାରୁପାଣି' ଖାଉ ଥାଏ ଗଦାଧର ମହାରଣା। ପ୍ରମୋଦ-ପଣ୍ଡିତ-ପଶି-ଅଛି ଏବେ ହୋଇ ଯାଇ ବାଟ-ବଣା।।୧ ଭାଗବତ-ଭୋଗ ବାଣ୍ଟି ଖାଉଛନ୍ତି ନିୟଣ୍ଟ କେବେ ନ ହୁଏ। ଏକମାତ୍ର ଥାଳି ଅନେକ ଖିଆଳି, ପ୍ରସାଦ ଅଇଁଠା ନୁହେଁ।।୨ ରାମଚରିତରେ ରାସ-ରସ ମିଶି ବିଶେଷ ସୁଆଦ ଦିଏ। ତା' ସଙ୍ଗରେ ଦେଶୀ-ବିଦେଶୀ-ମିଶିଲେ, ପଣା-ପାଣି କିଏ ପିଏ? ।।୩ ବଢ଼େଇ ନିଜର ବଡାଇ ଦେଖାଇ ବଢ଼ାଇ ଥିଲା ସମୂହ । ଏବେ ଯବନିକା ଖୋଲି ଗଲା ପରେ ଦେଖାଇ ନପାରେ ମୁହଁ।।୪ କୁଶୀଳବଙ୍କର କୁଶୀଳତା-ଲତା ଏବେ ଯାଉ ଅଛି ଶୁଖି। ମୁଖକୁ ମୁଖର ତେଣୁ କରିଛନ୍ତି ସତ୍ୟ-ତାପ-ତପ୍ତ ଦୁଃଖୀ।।୫ ଶାଣିତ-କୃପାଣ-ସମ ଏ କବିତା, ଛିଡେ ବ୍ୟଭିଚାର ମୁଣ୍ଡ। ଆପାତ ସଙ୍କେତ ମାତ୍ରେ ଖୋଲିଦିଏ ପାପୀ ନିଜ ପାପ-ତୁଣ୍ଡ।।୬ ଠାକୁର ଘରେ କି ଖସର-ଖସର? କଦଳୀ ଖାଉନି ନନା ! ଗୁପ୍ତାଙ୍ଗ ଗୋଟିକ ଫୁଟି ଦିଶୁ ଅଛି, ପିନ୍ଧୁ ପିନ୍ଧୁ ପାଟ କନା।।୭ ଅବଧୂତ-ଶବ୍ଦ-ବେତ୍ରାଘାତ ବାଜି ପାଖଣ୍ଡୀ ଖଣ୍ଡିତ-ଧୃତି। ଅଜାଣତେ ନିଜ ମୁଖେ ଗାନ କରେ ନିଜ-ବ୍ୟଭିଚାର କୃତି।।୮ ଅବଧୂତ ଜ୍ଞାନାନନ୍ଦ 👁️👁️👁️

ମକର ସଂକ୍ରାନ୍ତି

💥କଳିଙ୍ଗ-ମଙ୍ଗଳେ ମକର-ସକାଳ💥 ମକର-ସଂକ୍ରାନ୍ତି-ସୂର୍ଯ୍ୟୋଦୟ-ପାଳେ କଳିଙ୍ଗେ ଶୁଭ ସଙ୍କେତ। ଗୃହପତି-ବୃହସ୍ପତି-ଲଗ୍ନେ ସୁର୍ଯ୍ୟ  ବକ୍ରୀ-ବୁଧ-ସମାଯୁତ।।୧ ନିଶାରେ ମକରେ ଚଳିତେ ଭାସ୍କରେ ଟଳିବ ଅଧର୍ମ ନିଶା। ଯେତେ ନିଶାଚର ଅଧର୍ମ-କିଙ୍କର ଧରିବେ ଯମଙ୍କ ଦିଶା।।୨ ରାହୁ-କେତୁ ବକ୍ରୀ ହୋଇ ରହିଛନ୍ତି ମେଷ ଓ ତୁଳା ରାଶିରେ। ତେଣୁ ଧର୍ମଦଣ୍ଡ ବାଜିବ ପ୍ରଚଣ୍ଡ ପାଖଣ୍ଡିଙ୍କ ମଧ୍ୟ-ଶିରେ।।୩ ସ୍ୱସ୍ଥାନ ମୀନରେ ଗୁରୁ ରହିଛନ୍ତି ସ୍ବଧର୍ମ-ଗରିମା ଧରି। ତେଣୁ ଧର୍ମଧ୍ୱଜୀ ପ୍ରମାଦ ଗଣିବେ ବାତ୍ୟାରେ ପାଦପ ପରି।।୪ ସ୍ୱଗୃହୀ ଶନିଙ୍କ ନିକଟରେ ଶୁକ୍ର; ହୁଏ ରଣ-ପରାମର୍ଶ। ଦାନବଙ୍କ ପରାଭବ ସୁନିଶ୍ଚିତ ଦେବେ ହିଁ ଲଭିବେ ହର୍ଷ।।୫ ଅଢେଇ-ଦିନର ଚନ୍ଦ୍ର କଥା ଛାଡ କନ୍ୟାରେ ବି ହୁଏ ଧନ୍ୟ। ଷଷ୍ଠଭାବ-ଦୋଷ-ବିନାଶେ ମଙ୍ଗଳ ସ୍ଥିତି ବି ନୁହେଁ ନଗଣ୍ୟ।।୬ ମକର-ସଂକ୍ରାନ୍ତି ସକାଳ-ଖଗୋଳ- ଲଗ୍ନ-କାଳ-ଗତି ଜାଣି। କହେ ଅବଧୂତ ବିଧର୍ମ-ପ୍ରଭାବୁ ଉଦ୍ଧାର ଲଭିବେ ପ୍ରାଣୀ।।୭ ଅବଧୂତ ଜ୍ଞାନାନନ୍ଦ✍️ 👁️👁️👁️

ପ୍ରମୋଦ ପୃଷ୍ଟି

💥ପେଟ-ପାଟଣାର ଭାଟ-ଶାଳା💥 ପେଟ-ପାଟଣା-ନାଟକର ନାୟକ ପ୍ରମୋଦ କୁମାର ପୃଷ୍ଟି। ମଦ-ଦୁର୍ଗନ୍ଧ-ମୁଖରେ ରାମ-ନାମ  ପର-ନାରୀ ଠାରେ ଦୃଷ୍ଟି।।୧ ଗାୟତ୍ରୀ-ସଂସ୍ଥାନ-ଦୁରବସ୍ଥା ଦେଖ, ଗଢି ଥିଲେ ରାମ ଶର୍ମା। ଏବେ ସେହି ଯଜ୍ଞଭୂମିରେ ପ୍ରମୋଦ ମଦ୍ୟପ କୁତ୍ସିତ-କର୍ମା।।୨ ପାଟରା-ପିଲା ଟା ପାଲଟି ଯାଇଛି ମାଳିକା-ପାଳିଆ-ପ୍ରେତ। ତେଣୁ ଅଚ୍ୟୁତଙ୍କ ନାମେ କହି ଥାଏ  ଆଲକାତରାକୁ ଶ୍ୱେତ।।୩ ଦାଦନିଆଁ-ବୁଦ୍ଧି-ବ୍ୟାଧିର ଔଷଧି, ଯେଣୁ ଜଗତେ ନଥାଏ । ଅଳିକ-ମାଳିକା-ପ୍ରହେଳିକା ତେଣୁ ଦିନୁ ଦିନ ବଢୁଥାଏ।।୪ ପ୍ରମୋଦ-ପୃଷ୍ଟି ଓ ଦିବାକର ଦାସ ପା-ଣ-ପ୍ରଭୁତ୍ୱ-ଚାରଣ। ଯେଣୁ ତାଙ୍କ ଅପବିତ୍ର-ଚରିତ୍ରକୁ କେ କରି ପାରେ ବାରଣ।।୫ ପ୍ରମୋଦର ଗୁରୁ 'ତାରକ' ଆଦ୍ୟରୁ ଚାଲୁ-ମାଳିକା କହିଲା। ତେଣୁ ଚାଲୁ-ପାଠ-ପାଠନର ଫଳ ତାହାର ଶିର ଦହିଲା।।୬ ଯେଉଁ ଗଣମାଧ୍ୟମରେ ପ୍ରସାରିତ  ହୁଏ ଏପରି-ମାଳିକା। ତା' ମାଲିକ-ଘର ନଗରବଧୁଙ୍କ ମହା-ନଗର-ପାଳିକା।।୭ ବିଷମିଶା ହବିଷ୍ୟାନ୍ନ ପରି ଏହି ମଦ୍ୟପ-ପ୍ରମୋଦ-ଗୀତି। ମଶାଣିଆଁ ନିଆଁ ପରି ଉପୁଜାଏ ଦୁର୍ବଳ-ଛାତିରେ ଭୀତି।।୮ ମାଳିକାକୁ ଯିଏ ବିଶ୍ୱାସ କରିବ, ହାରିବ ଧନ ଯୌବନ। ଏକର୍ମ-ଭୂମିରେ ଭାଗ୍ୟବାଦୀ ଯେତେ ଧିକ ତାହାଙ୍କ ଜୀବନ।।୯ ଯାହା ସତ ତାହା ଅବଧୂତ କହେ, ହୃଦୟେ ନଥାଏ ଭୀତି। ବଣୁଆ-ପ୍ରଜାତି-ଗଣମାଧ୍ୟମ ହିଁ ନାଶେ ମାନବୀୟ ନୀତି।।୧୦ ଅବଧୂତ ଜ୍ଞାନାନନ୍ଦ✍️ 👁️👁️👁️

ଅଖଡ଼ତୋବା

🗣️ଅଖଡ଼ତୋବା ଉବାଚ🎓 ଆମରାବତୀ ରୁ ଅଧର୍ମବ୍ୟାପିଲା ଉଦାସୀ ଆଶ୍ରମ ତଳୁ । ଯାଗ-ଯଜ୍ଞ କରି ଅର୍ଥ କମାଇଲେ ରାଜସ୍ଵ କରିଲେ ଚଳୁ।।  କେବେ ସେ ଉଦାସୀ କେବେ ସେ ସୈନ୍ୟାସୀ ପିନ୍ଧିଥାଏ ବସ୍ତ୍ର ଗେରୁ, ଯଜ୍ଞ ନାମେ ମହାସୁର ସେ ସାଜିଛି ବିଶୁଦ୍ଧ ପକେଟମାରୁ।। ଅଚ୍ୟୁତଙ୍କ ପୀଠ ନେମାଳଭୂମିରେ କାଟିଲାଣି କେତେ ଦାରୁ ନେମାଳିଆଙ୍କର ଦୃଷ୍ଟିଶକ୍ତି ନାହିଁ କୁହନ୍ତି ସେ ଜୟ ଗୁରୁ ।।  ପୋଟଳି ବଣିଆ ଜଡି ବିକୁ ଥିଲା  ଦେବୀ ନଦୀ ମୁହାଣରେ ଏବେ ପୁଡ଼ା କରି ପାଉଁଶ ବିକୁଛି ବସି ଯଜ୍ଞ ମଣ୍ଡପରେ ।। ଆରେ ନେମାଳିଆ ଭାରି କୁହାଳିଆ କହୁନ କାହିଁକି କିସ। ଦଣ୍ଡି ମରା ସେ ଯେ ଦଣ୍ଡି ମାରିଦେବ; ନ ମିଳିବ ସେଠି ଘାସ ।। ଅଖଡ-ତୋବା ତା ଅଖ ଭାଙ୍ଗିବାକୁ କରୁଅଛି ଯେ ପ୍ରୟାସ ଅବଧୂତ ବାକ୍ୟ ବ୍ରହ୍ମ-ଅସ୍ତ୍ର ହେବ। ଅସୁର ହୋଇବ ନାସ।। ଶ୍ରୀମଦ୍ ଅଖଡତୋବା🎅

ରବି ବାବା

💥ଭଣ୍ଡ-ରବି-ବାବାର କଣ୍ଡୋମ-ଲୀଳା💥 ଛତିଆ-ନିକଟ ଅମରାବତୀ। ଧର୍ମ-ଧ୍ୱଜୀଙ୍କର ଅମରାବତୀ।।୧ ରବି ପୃଷ୍ଟି ନାମ ପୁଟୁଳି-ବନ୍ଧା। ସେଠାରେ ବିରଚେ ଅନ୍ଧାରୀ ଧନ୍ଦା।।୨ ଆଳି-ପିଙ୍ଗଳ ତା' ଏନ୍ତୁଡ଼ି ଶାଳ। ବାଲ୍ୟେ ଦାରିଦ୍ର୍ୟେ କଟୁଥିଲା କାଳ।।୩ ବୟସ-ପ୍ରମାଣେ ହେଲା କିଶୋର। ପୀଡା ବି ବଢ଼ିଲା ଭୋକ-ଶୋଷର।।୪ ଦେବି-ନଦୀ-ମୁହାଣରେ ବସିଲା। ଛୋଟ-ମୋଟ-ବ୍ୟବସାୟେ ରସିଲା।।୫ ମିଳି ଗଲେ ବହୁ ରସିକ ସାଙ୍ଗ। ଚାଲେ ବିଡି-ତାଡି-ଗଞ୍ଜେଇ-ଭାଙ୍ଗ।।୬ ଆସି ଉପସ୍ଥିତ ହେଲା ଦୁର୍ଯୋଗ। ଚାଲି ଗଲା ରୋଜଗାର ସୁଯୋଗ।।୭ ଖାଇବାକୁ ନାହିଁ କୋଦୁଅ-ଜାଉ। ଚିଲମ-ରେ ନିଆଁ ନଧରେ ଆଉ।।୮ ତେଣୁ ସେ ଧରିଲା ବାବାଜୀ ବେଶ। ନାମ ହେଲା ରବି ଦାସ ଉଦାସ।।୯ ମଙ୍ଗଳା-ବାଗର ପୁରୁଣା-ପାପୀ, 'ବାଟୁ' ସହ ରହେ ମିତ୍ରତା ଥାପି।।୧୦ ବୈଆଳିଶ ମୌଜା ପୁରୁଣା ଗୁଣ୍ଡା ହାରାମ-ଖୋର ନାମ ରାମ ପଣ୍ଡା।।୧୧ ଟୁଲୁ ଆଦି ଯେତେ ଲଫଙ୍ଗା ଥିଲେ। ଭଣ୍ଡ ରବି ବାବା ସହ ରହିଲେ।।୧୨ ପାଲଟି ଗଲା 'ରବି' ଅବତାର। କଲା ଅଫିମ ଗଞ୍ଜେଇ ବେପାର।।୧୩ କାଠ-ସପ୍ତଫେଣି-ନାଗ-ଖଟରେ। ନିତ୍ୟ-ରାସ-ଲୀଳା କରେ ମଠରେ।।୧୪   ଉପାର୍ଜିତ ହୁଏ ପ୍ରଭୂତ ବିତ୍ତ। ବିରଚି ଯଜ୍ଞ ବିଧି-ବିପରୀତ।।୧୫ ନେମାଳରେ ଏବେ ବାବାର ଲୀଳା। ସ୍ଥାପିତ ହୋଇଛି ଅଧର୍ମ ଶୀଳା।।୧୬ ଅର୍ଚନା-ନାୟକ-ପୀଡିତ-ପଙ୍କ୍ତି। ଏ ଭଣ୍ଡ ବାବାଙ୍କୁ ଗୁରୁ ମଣନ୍ତି।।୧୭   ରାଜଦଣ୍ଡ-ଭୟ ଖଣ୍ଡନ-ପାଇଁ। ଯଜ୍ଞ କରେ ଭଣ୍ଡ ରବି ଗ

ଜଗନ୍ନାଥ

💥ରାଜକୀୟ ବାଜେ କଥା💥 ନିଜ-କାର୍ଯ୍ୟ-ଅସମର୍ଥ ରାଜ୍ୟପାଳ କହୁଛନ୍ତି ବାଜେ କଥା। ଉଜାଡ଼ିବା ପାଇଁ ଜଗନ୍ନାଥଙ୍କର ମନ୍ଦିର-ବିଧି-ବ୍ୟବସ୍ଥା।।୧ ଦେଉଳ-ସମ୍ପତ୍ତି ଚଳୁ କରିଦେଲେ ବାକି ରହିଛନ୍ତି ଦିଅଁ। ନିଜ ଭାରିଜାଙ୍କ ସଜା-ମଜା ପାଇଁ ବିଧର୍ମୀଙ୍କୁ ବିକି ଦିଅ।।୨ ଭିଟାମାଟି ଛାଡି ବାହାରେ ଓଡିଆ ଖୋଜେ ପେଟକୁ ଆହାର। ଚାରି-କୋଟି ସରକାରୀ ଭିକାରୀଙ୍କ ଶ୍ରେୟ-ଭାଗ ଟି କାହାର?।।୩ ଖଣି-ପାଣି, ଭିଟାମାଟି ବଦଳରେ ମିଳେ ଚାଉଳର ଭିକ। ସେ କଥାରେ ମୁକ ରାଜ୍ୟର ମୁଖିଆ, ଅନ୍ୟକଥା-ବାବଦୂକ।।୪ ପତିତଙ୍କ ପାଇଁ ପତିତପାବନ  ପୂର୍ବଦ୍ୱାରେ ରହିଛନ୍ତି। ତାଙ୍କ ଦର୍ଶନରେ କୃତାର୍ଥ ହୁଅନ୍ତୁ ଯେତେକ ପତିତପନ୍ତି।।୫ ରାଜ-ଭବନର ଦ୍ୱାରା ଖୋଲି ଦିଅ ପ୍ରତି ନାଗରିକ ପାଇଁ। ରାଜ୍ୟପାଳେ ପ୍ରଜା ନିଜର-ଅର୍ଜିକୁ ଜଣାଉ ସହଜେ ଯାଇ ?।।୬ ଅବଧୂତ-ମତେ ତୁମ ସହମତି କେବେ ହେଁ ମିଳିବ ନାହିଁ। ସମାଜରେ ବ୍ୟଭିଚାର ବ୍ୟାପିବାରେ ରାଜା ହିଁ ଉତ୍ତରଦାୟୀ ।।୭ ଅବଧୂତ ଜ୍ଞାନାନନ୍ଦ✍️ 👁️👁️👁️ 💥ଜଗନ୍ନାଥ-ପାଞ୍ଚରାତ୍ର-ମିଛ-ପ୍ରପଞ୍ଚ💥 ପୁଣି ରାତ୍ରିଚର ମାତିଲେ ଉତ୍କଳେ ଜଗନ୍ନାଥ-ପାଞ୍ଚରାତ୍ରେ। ଅଶାସ୍ତ୍ରୀୟ-ସଂଜ୍ଞା-ଉଦ୍ଦେଶ୍ୟ-ନିହିତ କାମିନୀ-କାଞ୍ଚନ ମାତ୍ରେ।।୧ ମଜା କରିବାକୁ ସଜାଇଲେ ରାଜା ଚାରଣ-ଚାକର-ଦଳ। ନିର୍ବିଚାରୀ-ଚାରଣଙ୍କ ଅନାଚାର ବିନାଶେ ସଂସ୍କୃତି-ମୂଳ।।୨ ପୁଣି ବାମାଚାରୀ-ପାଞ୍ଚରାତ୍ର-ମତ ଜଗନ୍ନାଥ-ବିଶେଷଣେ। ପାଖଣ୍ଡିଙ୍କ ପ୍ରୟାସରେ ପଶିଲାଣି

ନେମାଳ ଘଟଣା

💥ଅକାଳ-କବଳେ-ନେମାଳ💥 ଭଣ୍ଡ ରବି ବାବା ପାଖଣ୍ଡ ଯଜ୍ଞର ଯବନିକାକୁ ଖୋଲିବା। ବେଦ-ବିଧି-ସମର୍ଥିତ-ଯାଗ-କୃତ୍ୟ ପଦ୍ୟକୃତିରେ ବୋଲିବା।।୧ ଭଣ୍ଡ ବାବା ରବି ଯଦ୍ୟପି 'ଉଦାସୀ', ବର୍ଣ୍ଣିତ୍ବ-ଗୁଣ-ବାହାର। ତ୍ରିବର୍ଣ୍ଣେ-ବିହିତ ଅଗ୍ନିକାର୍ଯ୍ୟେ ନାହିଁ ଅଧିକାର ହିଁ ତାହାର ।।୨   ଯଦି ଦଶନାମୀ ସନ୍ନ୍ୟାସୀ ବୋଲାଏ, ଅଗ୍ନିରେ କି ପ୍ରୟୋଜନ। ବିଷୟ-ବିରାଗେ ସର୍ବକର୍ମତ୍ୟାଗେ ଉତ୍ପଥେ ଯତି-ଗମନ।।୩ ଆହିତାଗ୍ନି ପାଇଁ ହୁତ-ପ୍ରହୁତାଦି ସମସ୍ତ ଯାଗ ବିହିତ। ଅଗ୍ନ୍ୟାଧାନ ମାତ୍ର ସମ୍ପାଦିତ ହୁଏ ପତ୍ନୀ-ପୁତ୍ରାଦି ସହିତ।।୪ ରବି ପୃଷ୍ଟି କହୁ କିଏ ତା'ର ଦାରା କେଉଁଠାରେ ତା'ର ପୁତ୍ର। କେଉଁ ଠାରେ ରଚେ ଗୃହସ୍ଥେ ବିହିତ ତ୍ରିକାଳର ଅଗ୍ନିହୋତ୍ର।।୫ ଗାର୍ହପତ୍ୟ ବିନା ସମ୍ଭବ ହିଁ ନୁହେଁ ହୁତ-ପ୍ରହୁତାଦି କର୍ମ। ନେମାଳରେ ନିମମାଳ ନାଶ କରି ପାଳେ କାଳନେମି-ଧର୍ମ।।୬ ସମିଧ ଗ୍ରହଣ କରାଯାଏ ନାହିଁ ଜୀବନ୍ତ ବୃକ୍ଷକୁ କାଟି। ପାଠ ପଢିଥିଲେ କଳ୍ପଶାସ୍ତ୍ରେ ଦେଖ ସମିଧର ପରିପାଟି।।୭ ସନ୍ଧ୍ୟାବିରହିତ ସାବିତ୍ରୀ ବର୍ଜିତ ବ୍ରାହ୍ମଣ ଯେ ଜାତି-ମାତ୍ରେ। ପୋଟଳି-ବଣିଆ-ଚରଣ-ଚାରଣ ଅପବିତ୍ର ମନୋ-ଗାତ୍ରେ।।୮ ଅଙ୍ଗୁଷ୍ଠରୁ ମୋଟ ଅବା ଫଟା କାଠ ସମିଧ ପାଇଁ ଅଯୋଗ୍ୟ। ଏ କାଠ ମାଫିଆ ରବି ବାବା ପାଇଁ ନରକ କେବଳ ଭୋଗ୍ୟ।।୯ ସରକାରୀ ଜାଗା ଯାଗଭୂମି ନୁହେଁ, ତାହା ସର୍ଵଥା ବର୍ଜିତ। ତେଣୁ ଯାଗ ପାଇଁ ଜନକାଦି ରାଜା କରନ୍ତି ଭୂମି ଅର୍ଜିତ।।୧